ଯେପରି ଘଡ଼ିଗୁଡ଼ିକର ଆବିଷ୍କାର ଆମ୍ଭମାନଙ୍କୁ ଅଦୃଶ୍ୟ ସମୟକୁ ଦେଖିବା ପାଇଁ ଉଦ୍ଭାବିତ ହୋଇଥିଲା, ସେହିପରି ଆମେ ବାଇବଲ ମାଧ୍ୟମରେ ଅଦୃଶ୍ୟ ଆତ୍ମିକ ଜଗତରେ ସ୍ୱର୍ଗ କିମ୍ବା ନର୍କକୁ ଯିବାର ବିଚାରକୁ ଦେଖିପାରିବା । ଯେହେତୁ ଯୀଶୁ ଯିଏକି ଆଲୋକ ସ୍ୱରୂପେ ମଲ୍କୀଷେଦକଙ୍କ ରୀତି ଅନୁସାରେ ଆସିଲେ, ତାହାଙ୍କ ଅନୁଗମନ କରୁଥିବା, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ମଧ୍ୟ, ନୂତନ ନିୟମର ନିସ୍ତାରପର୍ବ ପାଳନ କରନ୍ତି ଏବଂ ତାହାଙ୍କ ଶିକ୍ଷାଗୁଡ଼ିକୁ ଅନୁସରଣ କରନ୍ତି ।
ଦୁଇ ହଜାର ବର୍ଷ ପୂର୍ବେ, ଲୋକମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ – ସେହିମାନେ ଯେଉଁମାନେ ଉଦ୍ଧାରକର୍ତ୍ତା ଭାବରେ ଶରୀରରେ ଆସିଥିବା ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିଲେ ଏବଂ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରୁନଥିଲେ, ସେହିପରି ପବିତ୍ର ଆତ୍ମାଙ୍କ ଯୁଗରେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ଯେଉଁମାନେ ଆତ୍ମା ଏବଂ କନ୍ୟା ରୁପରେ ଆସିଅଛନ୍ତି, ଏବଂ ଏପରି ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ବାଇବଲ କୁହେ ଯେ ଏହି ବିଶ୍ବାସ ଉପରେ ଆଧାର କରି ପରମେଶ୍ୱରଙ୍କ ବିଚାର ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି ।
ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ ।
କାରଣ ଯେକେହି କୁକର୍ମ କରେ, ଯେ ଜ୍ୟୋତିଃକି ଘୃଣା କରେ, ପୁଣି କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ ।
କିନ୍ତୁ ଯେକେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ଵରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ ।
ଯୋହନ ୩:୧୯-୨୧
ଆମ୍ଭେମାନେ ତାହାଙ୍କଠାରେ ଯେଉଁ ସମ୍ଵାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ଵର ଜ୍ୟୋତିଃ ସ୍ଵରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ ।
୧ଯୋହନ ୧:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି