ଯେତେବେଳେ ଇସ୍ରାୟେଲୀୟମାନେ ମିଶର ପରିତ୍ଯାଗ କଲେ, ପରମେଶ୍ବର ପ୍ରଥମେ ନିସ୍ତାରପର୍ବର ଶକ୍ତି ପ୍ରକାଶ କଲେ ଏବଂ ମୋଶାଙ୍କ ବ୍ଯବସ୍ଥା ମାଧ୍ୟମରେ ନିସ୍ତାରପର୍ବ ଘୋଷଣା କଲେ ଏବଂ ସେମାନଙ୍କୁ ନିରୁପିତ ସମୟରେ ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ଏହାକୁ ପାଳନ କରିବାକୁ ଆଦେଶ ଦେଲେ । ପରେ, ନିସ୍ତାରପର୍ବ ପାଳନ କରିବା ପରେ ପରମେଶ୍ୱରଙ୍କ ଲୋକମାନଙ୍କୁ ପ୍ରଶଂସା କରାଗଲା ଏବଂ ବିପତ୍ତିରୁ ସେମାନଙ୍କୁ ସୁରକ୍ଷିତ କରାଯାଇଥିଲା, ଏବଂ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ପାଳନ କରିଥିଲେ, ଯାହାଦ୍ୱାରା ସେମାନଙ୍କୁ ଅନନ୍ତ ଜୀବନର ଆଶୀର୍ବାଦ ପ୍ରାପ୍ତ ହେଲା ।
ଯେହେତୁ ୩୨୫ ଖ୍ରୀଷ୍ଟାବ୍ଦରେ ନିସ୍ତାରପର୍ବ ଉଚ୍ଛେଦ କରିଦିଆଯାଇଥିଲା, ତେଣୁକରି ସମସ୍ତ ଚର୍ଚ୍ଚ ଏକ ମୂର୍ତ୍ତିପୂଜକ ଦେବତାଙ୍କ ରୀତିନୀତି ପାଳନ କରିଆସୁଛନ୍ତି । କିନ୍ତୁ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ନିସ୍ତାରପର୍ବର ଗୁରୁତ୍ୱକୁ ଅନୁଭବ କରନ୍ତି, ଯାହାକୁ ପରମେଶ୍ୱର ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ମାଧ୍ୟମରେ, ତାହାଙ୍କ ଲୋକମାନଙ୍କୁ ଆଗାମୀ ପିଢି ପାଇଁ, ପାଳନ କରିବା ପାଇଁ ଆଜ୍ଞା ଦେଇଅଛନ୍ତି ।
ଆହୁରି ରାଜା ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, ଏହି ନିୟମ-ପୁସ୍ତକରେ ଯେପରି ଲେଖାଅଛି; ତଦନୁସାରେ ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର ।...
ଆଉ ତାଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ଵାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ତାଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ନୋହିଲେ ।
୨ରାଜାବଳୀ ୨୩:୨୧-୨୫
ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି ।
ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ ।
ମାଥିଉ ୨୬:୧୮-୧୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି