ବିଶ୍ୱାସ ଅଦୃଶ୍ୟ ଅଟେ, କିନ୍ତୁ ଏହା ଶେଷରେ ଆଜ୍ଞାକାରିତାର କାର୍ଯ୍ୟ ଦ୍ୱାରା ପ୍ରକାଶିତ ହୋଇଥାଏ । ପରମେଶ୍ୱର ଆରମ୍ଭରୁ ଶେଷ ଘୋଷଣା କରିଥିଲେ, ଏବଂ ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରିଥିଲେ, ଏବଂ ମାନବଜାତିଠାରେ ବିଶ୍ଵାସ ଏବଂ ଆଜ୍ଞାକାରିତା ଦ୍ୱାରା ସ୍ୱର୍ଗରାଜ୍ୟର ପରିତ୍ରାଣକୁ ପ୍ରାପ୍ତ କରିବା ପାଇଁ ଆହ୍ୱାନ କରିଥିଲେ ।
ଯେତେବେଳେ ପରମେଶ୍ୱର ଆମ୍ଭକୁ କିଛି ଆଜ୍ଞା ଦିଅନ୍ତି, ଏହା ତାହାଙ୍କ ନିଜ ସ୍ୱାର୍ଥ ପାଇଁ ନୁହେଁ କିନ୍ତୁ ଆମ୍ଭମାନଙ୍କ ପକ୍ଷରେ ହୋଇଥାଏ- ରାଜା ଯୋଶୀୟ, ଅବ୍ରହାମ, ଏବଂ ନୋହଙ୍କ ମାର୍ଗ ସମାନ, ଆମ୍ଭମାନଙ୍କର ଉପକାର ଓ ପରିତ୍ରାଣ ନିମନ୍ତେ ଅଟେ । ଏହିପରି, ଏହି ଯୁଗରେ ମଧ୍ୟ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ପାଳନ କରି, ଯିଏ ଆତ୍ମା ଏବଂ କନ୍ୟା ଭାବରେ ଆସିଲେ, ମାନବଜାତି ଆଶୀର୍ବାଦପ୍ରାପ୍ତ ଅଟନ୍ତି ଏବଂ ଶେଷରେ ପରମେଶ୍ୱରଙ୍କ ବିଶ୍ରାମରେ ଅଂଶଗ୍ରହଣ କରିବେ ।
ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଯେ ଯେ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମ୍ଭେ ତାହାଙ୍କ ରବରେ ଯନିପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ ।
ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ ।...
ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ ।
ଦ୍ବିତୀୟ ବିବରଣ ୨୮:୧-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି