ବାଇବଲ ପ୍ରମାଣ କରେ ଯେ ସ୍ୱର୍ଗୀୟ ସ୍ୱର୍ଗଦୂତମାନେ ପୃଥିବୀକୁ ନିକ୍ଷେପ ହୋଇଥିଲେ କାରଣ ସେମାନେ ଶୟତାନ ଦ୍ୱାରା ପ୍ରତାରିତ ହୋଇଥିଲେ ଏବଂ ସେମାନେ ସ୍ୱର୍ଗରେ ପାପ କରିଥିଲେ - ଏହା ହେଉଛି ମାନବଜାତିର କାହାଣୀ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଏହି ପୃଥିବୀକୁ ଆସିଲେ ଏବଂ ମାନବଜାତିକୁ ପାପକ୍ଷମା ଦେବା ପାଇଁ ନୂତନ ନିୟମ ନିସ୍ତାରପର୍ବର ସ୍ଥାପନ କଲେ ଯାହା ଦ୍ୱାରା ସେମାନେ ଆତ୍ମିକ ଘର, ଅନନ୍ତ ସ୍ୱର୍ଗର ରାଜ୍ୟକୁ ଫେରି ପାରିବେ ।
ଯେପରି ସାଂସାରିକ ପରିବାର ରକ୍ତ ସହିତ ଜଡିତ, ସେମିତି ସ୍ୱର୍ଗୀୟ ପରିବାର ମଧ୍ୟ ରକ୍ତ ଦ୍ୱାରା ଜଡିତ ।
ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ସନ୍ତାନ ଭାବରେ ସ୍ୱର୍ଗୀୟ ପରିବାରର ସଦସ୍ୟ ହେବା ପାଇଁ, ମାନବଜାତିକୁ ନିସ୍ତାରପର୍ବର ରୋଟୀ ଭୋଜନ ଏବଂ ନିସ୍ତାରପର୍ବର ଦ୍ରାକ୍ଷାରସ ପାନ କରିବା ଉଚିତ୍ ଯାହା ପରମେଶ୍ୱରଙ୍କ ମାଂସ ଏବଂ ରକ୍ତରେ ଅଂଶୀଦାର ଅଛି ।
ଆଜି, ୧୭୫ ଦେଶରେ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଏକମତ ଭାବରେ ନିସ୍ତାରପର୍ବକୁ ପାଳନ କରନ୍ତି ।
ସେମାନେ ଯାହାର ସେବା କରନ୍ତି, ତାହା ସ୍ଵର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର ।
ଏବ୍ରୀ ୮:୫
ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୋଟୀ ପର୍ବର ସେହି ଦିନ ଉପସ୍ଥିତ ହେଲା;...
ପୁଣି, ସେ ରୋଟୀ ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି;...
ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ।
ଲୂକ ୨୨:୭-୨୦
ଅତଏବ, ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ଵରଙ୍କ ପରିବାରଭୁକ୍ତ ଅଟ;
ଏଫିସୀୟ ୨:୧୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି