ଯଦି ଆମ୍ଭେ ନୂତନ ନିୟମର ନିସ୍ତାରପର୍ବ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତି ଫେରିବା,
ତେବେ ଆମ୍ଭେ ପାପର କ୍ଷମା ଏବଂ ଅନନ୍ତ ଜୀବନ ପ୍ରାପ୍ତ କରିବା ।
କିନ୍ତୁ, ଯଦି ପରମେଶ୍ବରଙ୍କ ନିୟମରେ କେହି ରହନ୍ତି ନାହିଁ,
ତେବେ ପରମେଶ୍ୱର ସେମାନଙ୍କୁ ଛାଡ଼ି ଦେବେ; ଶେଷରେ, ସେମାନେ ଏକ ଦୁଃଖଦ ଅନ୍ତର ସାମ୍ନା କରିବେ
କାରଣ ଦୁଷ୍ଟାତ୍ମାମାନେ ସେମାନଙ୍କ ଭିତରେ ପ୍ରବେଶ କରନ୍ତି
ଯେପରି ସେମାନେ ରାଜା ଶାଉଲ ଏବଂ ଇଷ୍କାରିୟୋତୀ ଯିହୂଦାଙ୍କ ସହିତ କରିଥିଲେ ।
ଯେତେବେଳେ ରାଜା ହିଜକୀୟ ଏହା ଘୋଷଣା କରିବାକୁ ଦୂତମାନଙ୍କୁ ପଠାଇଲେ
କି “ନିସ୍ତାରପର୍ବ ପାଳନ କର ଏବଂ ପରମେଶ୍ୱରଙ୍କ ପ୍ରତି ଫେର,”
ତେବେ ଉତ୍ତର ଇସ୍ରାଏଲର ଲୋକମାନେ ତାଙ୍କୁ ପରିହାସ କରି ବିଦ୍ରୁପ କଲେ ।
ଶେଷରେ ସେମାନେ ନଷ୍ଟ ହୋଇଗଲେ । ଆଜି ଯେଉଁମାନେ ଏହିପରି ପ୍ରତିକ୍ରିୟା କରନ୍ତି,
ସେମାନେ ଉତ୍ତର ଇସ୍ରାଏଲର ଲୋକମାନଙ୍କ ପରି ସମାନ ପରିଣାମ ଭୋଗିବେ ।
ଯଦିଓ ଦୁନିଆରେ ଅନେକ ଚର୍ଚ୍ଚ ଅଛି, କିନ୍ତୁ କେବଳ ସେହି ଚର୍ଚ୍ଚ ଯେ ନିସ୍ତାରପର୍ବ ପାଳନ କରେ,
ଯାହାଠାରେ ପରମେଶ୍ୱରଙ୍କ ପ୍ରତିଜ୍ଞା ଅଛି, ତାହାକୁ କୁହାଯାଇପାରିବ
ଯେ ସେ ପରମେଶ୍ୱରଙ୍କ ପ୍ରତି ଫେରିଛି ଏବଂ ଏକ ଚର୍ଚ୍ଚ ଭାବରେ ଆଶୀର୍ବାଦ ପ୍ରାପ୍ତ ହୋଇପାରିବ
ଯେଉଁଠାରେ ପରମେଶ୍ୱର ତାହା ସହିତ ଅଛନ୍ତି ।
ଅନନ୍ତର ଲୋକମାନେ ଯେପରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ସଦାପ୍ରଭୁଙ୍କ ଗୃହକୁ ଆସିବେ, ଏଥିପାଇଁ ହିଜକୀୟ ସମଗ୍ର ଇସ୍ରାଏଲ ଓ ଯିହୁଦା ନିକଟକୁ ଲୋକ ପଠାଇଲେ, ପୁଣି ଇଫ୍ରୟିମ ଓ ମନଃଶି ନିକଟକୁ ହିଁ ପତ୍ର ଲେଖିଲେ... “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଅବ୍ରହାମର ଓ ଇସ୍ହାକର ଓ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ପ୍ରତି ପୁନର୍ବାର ଫେର ।” ୨ବଂଶାବଳୀ ୩୦:୧-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି