ଯେପରି ପ୍ରଥମ ଚର୍ଚ୍ଚର ସାଧୁମାନେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ପୁନରୁତ୍ଥାନର ଆଶା ରଖିଥିଲେ ଏବଂ ଏହି ଜଗତର ଅସୁବିଧା, ନିର୍ଯ୍ୟାତନା କିମ୍ବା ପ୍ରତିକୂଳ ପରିସ୍ଥିତିକୁ ଭୟ କରୁନଥିଲେ, ସେହିପରି ଚର୍ଚ୍ଚ ଅଫ୍ ଗଡ୍ ର ସାଧୁମାନେ ମଧ୍ୟ ଭୟ କରନ୍ତି ନାହିଁ ।
ସେମାନେ ଆଖିରେ ଦେଖାଯାଉଥିବା ଜିନିଷ କିମ୍ବା ଅସ୍ଥାୟୀ ଜିନିଷ ପାଇଁ ବଞ୍ଚନ୍ତି ନାହିଁ, କିନ୍ତୁ ସେମାନେ ପୁନରୁତ୍ଥାନର ଆଶା ସହିତ ବଞ୍ଚନ୍ତି ଯେଉଁଥିରେ ସେମାନେ ଆତ୍ମିକ ଜଗତରେ ଏକ ଆତ୍ମିକ ଶରୀରରେ ରହିବେ ।
ଯୀଶୁଙ୍କ ପୁନରୁତ୍ଥାନ ପରେ, ସେ ନିଜ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ହଠାତ୍ ଅଦୃଶ୍ୟ ହୋଇଗଲେ, ଅପ୍ରତ୍ୟାଶିତ ଭାବରେ ଏକ ବନ୍ଦ କୋଠରୀରେ ଦେଖାଗଲେ, ଏବଂ ସେମାନଙ୍କ ଆଗରେ ସ୍ୱର୍ଗାରୋହଣର ପ୍ରମାଣ କଲେ ।
ଏହା ଦର୍ଶାଏ ଯେ ଆମେ ମଧ୍ୟ ପୁନରୁତ୍ଥାନର ପ୍ରଭାତରେ ଯୀଶୁଙ୍କ ପରି ହେବା ।
ଆକାଶସ୍ଥ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି, କିନ୍ତୁ ଆକାଶସ୍ଥ ଶରୀରର ଏକପ୍ରକାର ତେଜ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାର ତେଜ ।...
ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀର ସୁଦ୍ଧା ଅଛି ।
୧କରିନ୍ଥୀୟ ୧୫:୪୦-୪୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି