ସାଲମନ୍ ମାଛ ସମୁଦ୍ରରେ ବାସ କରନ୍ତି ଏବଂ ପରେ ଅଣ୍ଡା ଦେବା ପାଇଁ ନିଜ ଜନ୍ମସ୍ଥାନକୁ ଫେରିଆସନ୍ତି। ସେହି ପ୍ରକ୍ରିୟାରେ, ଯେପରି ସାଲମନ୍ ମାଛ କିଛି ନ ଖାଇ ନିଜ ସଞ୍ଚିତ ଶକ୍ତି ବ୍ୟବହାର କରି କଷ୍ଟ ସହ୍ୟ କରେ, ସେହିପରି ଆମ୍ଭେମାନେ ମଧ୍ୟ ଏହି ଜଗତରେ ଶିଖିଥିବା ସମସ୍ତ ଖରାପ ଅଭ୍ୟାସ ଓ ଆଚରଣକୁ ତ୍ୟାଗ କରି ପୁନର୍ଜନ୍ମର କଷ୍ଟକୁ ଜୟ କରିବା ଉଚିତ୍ ଏବଂ ଯେଉଁଠାରେ ପିତା ଓ ମାତା ବାସ କରନ୍ତି, ସେହି ଆମ୍ଭମାନଙ୍କ ଅନନ୍ତ ସ୍ୱର୍ଗୀୟ ଗୃହକୁ ଫେରିଯିବା ପାଇଁ ଚେଷ୍ଟା କରିବା ଉଚିତ୍।
ଏହି ସମୟରେ, ଯେତେବେଳେ ବାଇବଲର ଭବିଷ୍ୟତବାଣୀ ଅନୁସାରେ ସମସ୍ତ ଜାତି ସ୍ୱର୍ଗୀୟ ମାତା ଯିରୂଶାଲମଙ୍କ କୋଳକୁ ଫେରି ଆସୁଛନ୍ତି, ସେତେବେଳେ ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ ସର୍ବଦା ତାହାଙ୍କ ଶିକ୍ଷା ଅନୁସାରେ “ମାତାଙ୍କ ପ୍ରେମର ବାକ୍ୟ” ପାଳନ କରନ୍ତି ଏବଂ ନିଜ ନିଜ ସତକର୍ମ ଦ୍ୱାରା ସମଗ୍ର ବିଶ୍ୱ ସମ୍ମୁଖରେ ସ୍ୱର୍ଗୀୟ ମାତା ଯିରୂଶାଲମଙ୍କ ଗୌରବ ପ୍ରକାଶ କରୁଛନ୍ତି।
ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ଵରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ଵାରା ପରିବର୍ତ୍ତିତ ହୁଅ। ରୋମୀୟ ୧୨:୨
ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। କାରଣ, ଦେଖ, ଅନ୍ଧକାର ପୃଥିବୀକି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। ଯିଶାଇୟ ୬୦:୧–୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି