ମୁର୍ତ୍ତିପୂଜାରୁ ଅନୁତାପ କରିବା ପରେ ଇସ୍ରାଏଲୀୟମାନେ ଦଶ ଆଜ୍ଞାର ଦ୍ୱିତୀୟ ପ୍ରସ୍ତର ଫଳକ ପ୍ରାପ୍ତ କଲେ, ଏବଂ ପରମେଶ୍ବର ସେହି ଦିନକୁ ପ୍ରାଯଶ୍ଚିତ୍ତର ଦିନର ନାମ ଦେଲେ କାରଣ ସେମାନଙ୍କୁ ପରମେଶ୍ବରଙ୍କଠାରୁ ପ୍ରାଯଶ୍ଚିତ୍ତ ପ୍ରାପ୍ତ ହୋଇଥିଲା ।
ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର ପ୍ରଥମ ଦିନରେ ତୂରୀଧ୍ୱନିର ପର୍ବ ହେଉଛି ସେହି ପର୍ବ ଅଟେ ଯେତେବେଳେ ପ୍ରାୟଶ୍ଚିତ୍ତର ତୂରୀକୁ ଏହା ସଙ୍କେତ ଦେବା ନିମନ୍ତେ ଫୁଙ୍କା ଯାଇଥିଲା ଯେ ସମସ୍ତ ଲୋକ ପରମେଶ୍ୱରଙ୍କ ନିକଟରେ ଅନୁତାପ କରିବା ଉଚିତ୍ କାରଣ ଦଶ ଦିନ ପରେ ପ୍ରାୟଶ୍ଚିତ୍ତର ଦିନ ଅଟେ ।
ଯେପରି ଇସ୍ରାଏଲୀୟମାନେ ମୋଶାଙ୍କ ସମୟରେ ପ୍ରାଯଶ୍ଚିତ୍ତ ଦିନର ଦଶ ଦିନ ପୂର୍ବରୁ ପ୍ରାୟଶ୍ଚିତ୍ତର ତୂରୀ ବଜାଇଲେ, ସେହିପରି ବର୍ତ୍ତମାନ ଆମ୍ଭମାନଙ୍କୁ ତୂରୀ ବଜାଉଥାଇ ସମଗ୍ର ଜଗତକୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ବରଙ୍କ ନିକଟକୁ ଆସିବାର ଆହ୍ୱାନ କରିବା ଉଚିତ୍ ଯଦ୍ଦ୍ୱାରା ସେମାନେ ରକ୍ଷା ପ୍ରାପ୍ତ କରିପାରିବେ ଏବଂ ବାପ୍ତିସ୍ମ ତଥା ନୂତନ ନିୟମର ପର୍ବଗୁଡ଼ିକ ମାଧ୍ୟମରେ ସମ୍ପୂର୍ଣ୍ଣ ପ୍ରାୟଶ୍ଚିତ୍ତ କରିପାରିବେ ।
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ସପ୍ତମ ମାସରେ, ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ଅର୍ଥାତ୍, ତୂରୀଧ୍ଵନି ଦ୍ଵାରା ସ୍ମରଣାର୍ଥକ ପବିତ୍ର ସଭା ହେବ ।
ଲେବୀୟ ପୁସ୍ତକ ୨୩:୨୪
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି ।
ମୁଁ ଧାର୍ମିକମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ଵାନ କରିବା ପାଇଁ ଆସିଅଛି ।
ଲୂକ ୫:୩୧-୩୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି