ଯେପରିକି ଅସଂଖ୍ୟ ନିର୍ଦ୍ଦୋଷ ଲୋକଙ୍କୁ ଯୁଦ୍ଧରେ ହତ୍ୟା କରିବା ସମୟରେ ଜଗତର ଲୋକମାନେ କ୍ରୋଧିତ ହୁଅନ୍ତି, ସେହିପରି ଯୀଶୁ ଶୟତାନ ଉପରେ କ୍ରୋଧିତ ହୋଇଥିଲେ, ଯିଏକି ତାହାଙ୍କ ଆତ୍ମିକ ସନ୍ତାନମାନଙ୍କର ରକ୍ତପାତ କରିଥିଲା ।
ସେ ବାଳୁଙ୍ଗା ଏବଂ ଗହମ ଦୃଷ୍ଟାନ୍ତ ମାଧ୍ୟମରେ ଆପଣା ସନ୍ତାନ ମାନଙ୍କ ନିମନ୍ତେ ତାହାର ପରିଚୟ ପ୍ରକାଶ କଲେ ଏବଂ ସେମାନଙ୍କୁ ଶିଖାଇଲେ ଯେ ରବିବାର ଆରାଧନା ଏବଂ ଖ୍ରୀଷ୍ଟମାସ ଭଳି ବିଶ୍ୱକୁ ପରିପୂର୍ଣ୍ଣ କରୁଥିବା ଅଧର୍ମ ଦ୍ୱାରା ପ୍ରତାରିତ ନ ହୁଅନ୍ତୁ ।
ଜଗତରେ ଶୟତାନ ଦ୍ୱାରା ବୁଣାଯାଇଥିବା ବାଳୁଙ୍ଗା ବିହନ ରବିବାର ଆରାଧନା, ଖ୍ରୀଷ୍ଟମାସ, ଏବଂ କ୍ରୁଶ ର ଉପାସନା, ଯାହାକି ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବାର କାର୍ଯ୍ୟ ଅଟେ ଏବଂ ଏହା ପରିଣାମରେ ନର୍କର ଦଣ୍ଡ ମିଳିବ ।
ବାଇବଲର ଶିକ୍ଷା ଅନୁଯାୟୀ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ବିଶ୍ରାମଦିନ ଏବଂ ନିସ୍ତାରପର୍ବ ସହିତ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ।
ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।
ମାଥିଉ ୭:୨୧
ସେଥିରେ ସେ ମୁଖ ଫିଟାଇ ଈଶ୍ଵରନିନ୍ଦାର କଥା କହି,...
ଯେଉଁମାନଙ୍କ ନାମ ଜଗତର ପତ୍ତନାବଧି ବଳିକୃତ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀ ନିବାସୀ ସେହି ସମସ୍ତ ଲୋକ ତାହାକୁ ପ୍ରଣାମ କରିବେ ।
ପ୍ରକାଶିତ ୧୩:୬-୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି