ପବିତ୍ର ସ୍ଥାନ ଏବଂ ପରଦା, ଯାହାକି ମୋଶା ସ୍ୱର୍ଗୀୟ ପବିତ୍ର ସ୍ଥାନର ଏକ ପ୍ରତିରୁପ ଭାବରେ ନିର୍ମାଣ କରିଥିଲେ, ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରତିନିଧିତ୍ୱ କରେ, ଏବଂ ଅତି ପବିତ୍ର ସ୍ଥାନ ସ୍ୱର୍ଗୀୟ ଯିରୂଶାଲମ ମାତାଙ୍କୁ ପ୍ରତିନିଧିତ୍ୱ କରେ ।
ପବିତ୍ର ସ୍ଥାନ ମାଧ୍ୟମରେ, ପରମେଶ୍ୱର ଆମ୍ଭମାନଙ୍କୁ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ଅନୁଭବ କରିବାକୁ ଅନୁମତି ଦେଇଥିଲେ ।
ଭବିଷ୍ୟଦ୍ବକ୍ତାମାନେ ସାକ୍ଷୀ ଦେଲେ ଯେ ମାନବଜାତି ମନ୍ଦିରରୁ ପ୍ରବାହିତ ଜୀବନର ଜଳ ଦ୍ୱାରା ଜୀବନ ପ୍ରାପ୍ତ କରିପାରିବେ ।
ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଯୀଶୁ, ଯିଏକି ମନ୍ଦିର ଅଟନ୍ତି, ପତ୍ରକୁଟୀର ପର୍ବର ଅନ୍ତିମ ଦିନରେ ଜୀବନର ଜଳ ପ୍ରଦାନ କରିବାକୁ ଚିତ୍କାର କଲେ, ଏବଂ ବାଇବଲରେ ଏହା ଭବିଷ୍ୟବାଣୀ କରାଯାଇଛି ଯେ ପବିତ୍ର ଆତ୍ମାଙ୍କ ଯୁଗରେ, ଆତ୍ମା ଏବଂ କନ୍ୟା, ଯେଉଁମାନେ ପବିତ୍ର ସ୍ଥାନ ଏବଂ ଅତି ପବିତ୍ର ସ୍ଥାନର ବାସ୍ତବିକତା ଅଟନ୍ତି, ଏହି ପୃଥିବୀକୁ ଆସିବେ ଏବଂ ଜୀବନର ଜଳ ମାଧ୍ୟମରେ ମାନବଜାତିକୁ ପରିତ୍ରାଣ କରିବେ ।
ସେଥିରେ ଯିହୁଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କଅଣ ତାହାକୁ ତିନି ଦିନରେ ତୋଳି ଦେବ?
କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ଵନ୍ଧରେ କହୁଥିଲେ ।
ଯୋହନ ୨:୨୦-୨୧
ଆତ୍ମା ଓ କନ୍ୟା କହନ୍ତି, ଆସ । ପୁଣି ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।
ପ୍ରକାଶିତ ବାକ୍ୟ ୨୨:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି