ଯେତେବେଳେ ପରମେଶ୍ୱର ଗିଦିୟୋନଙ୍କ ସୈନ୍ୟ ବାଛିଲେ, ସେ ଭୟ କରୁଥିବା ଲୋକଙ୍କୁ ପ୍ରତ୍ୟାଖ୍ୟାନ କଲେ । ଯିହୋଶୂୟଙ୍କ ସୈନ୍ୟଙ୍କୁ ଭୟ ନକରିବାକୁ ସେ ସର୍ବଦା ଜୋର ଦେଲେ । ଏହା ଦ୍ୱାରା ଆମ୍ଭେ ଦେଖିପାରୁ ଯେ ପରମେଶ୍ବରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରିବା ଏବଂ ସାହସ ସହିତ ଆଗକୁ ବଢିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।
ଯେପରି ଇସ୍ରାଏଲୀୟ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରିନଥିଲେ, ଖରାପ ଖବର ପ୍ରଚାର କଲେ ଏବଂ କିଣାନ ବିଷୟରେ ଅଭିଯୋଗ କଲେ, ସେହିପରି ଯଦି ଆମ୍ଭେ ଲୋକ ଏବଂ ପରିବେଶକୁ ଭୟ କରୁ, ତେବେ ଆମ୍ଭେ କଦାପି ଆତ୍ମିକ କିଣାନ, ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବୁ ନାହିଁ । ଯେତେବେଳେ ଆମ୍ଭେ ସେହି ପ୍ରତିଜ୍ଞା ଉପରେ ବିଶ୍ୱାସ କରୁଥାଇ, ଯାହା ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ଆମ୍ଭକୁ ଆଶୀର୍ବାଦ ଦେବା ପାଇଁ ଦେଇଛନ୍ତି, ସାହସର ସହିତ ସ୍ୱର୍ଗରାଜ୍ୟର ସୁସମାଚାର ପ୍ରଚାର କରିଥାଉ, ତେବେ ସୁସମାଚାରର ଅଦ୍ଭୁତ କାର୍ଯ୍ୟ ହେବ ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିବ ।
ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର; ତାହା କଲେ, ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ । ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ ।
ଯିହୋଶୂୟ ୧:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି