ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ହିଁ ପରମେଶ୍ୱର ଅଟନ୍ତି କାରଣ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଦାଉଦଙ୍କ ମୂଳ ଅଟନ୍ତି
ଯେ ଶେଷ ଦିନରେ ଆସିଲେ ଓ ମୂଦ୍ରାଙ୍କିତ ବାଇବଲକୁ ଖୋଲିବା ଦ୍ୱାରା ଅନନ୍ତକାଳସ୍ଥାୟୀ ନିୟମକୁ
ପୁନସ୍ଥାପିତ କଲେ । ଖ୍ରୀଷ୍ଟ, ଯେ ଆପଣା ପ୍ରଥମ ଆଗମନରେ ଯୀଶୁଙ୍କ ନାମରେ ଆସିଲେ
ଏବଂ ଆପଣା ଦ୍ୱିତୀୟ ଆଗମନରେ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ନାମରେ ଆସିଲେ,
୩୦ ବର୍ଷର ଆୟୁରେ ବାପ୍ତିସ୍ମ ନେଲେ ଓ ଆତ୍ମିକ ରୂପେ ଅଭିଷିକ୍ତ ହେଲେ ।
ସେ ଆପଣା ପ୍ରଥମ ଆଗମନରେ ତିନି ବର୍ଷ ପର୍ଯ୍ୟନ୍ତ ଓ ଆପଣା ଦ୍ୱିତୀୟ ଆଗମନରେ
୩୭ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ସୁସମାଚାରର ନେତୃତ୍ୱ କଲେ ଏବଂ
ରାଜା ଦାଉଦଙ୍କ ସିଂହାସନର ଭବିଷ୍ୟବାଣୀକୁ ପୂରା କଲେ ।
୧୯୪୮ ରେ, ଯେବେ ଇସ୍ରାଏଲ ଯୀଶୁଙ୍କ ଦ୍ୱାରା ଶିକ୍ଷା କରାଯାଇଥିବା ଡମିରି ବୃକ୍ଷର ଦୃଷ୍ଟାନ୍ତ ଅନୁସାରେ
ସ୍ୱତନ୍ତ୍ରତା ପ୍ରାପ୍ତ କଲା, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱାରାର ଛିଡ଼ା ହେଲେ ଏବଂ ଆମ୍ଭମାନଙ୍କୁ ନୂତନ ନିୟମର
ନିସ୍ତାର ପର୍ବ ମାଧ୍ୟମରେ ଅନନ୍ତ ଜୀବନର ଆଶୀର୍ବାଦକୁ ପ୍ରାପ୍ତ କଲେ,
ଚର୍ଚ୍ଚ ଅଫ୍ ଗଡ୍ ର ସ୍ଥାପନା କଲେ ଓ ମାତା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେଲେ ।
ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ
ମୁଁ ଅତିଶୟ ରୋଦନ କଲି । ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ,
“ରୋଦନ କର ନାହିଁ, ଦେଖ, ଯେ ଯିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ,
ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି ।”
ପ୍ରକାଶିତ ବାକ୍ୟ ୫:୪-୫
ତହିଁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଫେରି ଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କୁ
ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ଵେଷଣ କରିବେ; ଆଉ, ଶେଷ କାଳରେ ସେମାନେ
ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ ।
ହୋଶେୟ ୩:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି