ପରମେଶ୍ୱର ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଆରାଧନା ଦିନ ନିଯୁକ୍ତ କଲେ ।
“ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର ।” ଯାତ୍ରା ୨୦:୮
ଏହା ସେହି ଦିନ ଯେତେବେଳେ ପରମେଶ୍ୱର ନିଜ ଲୋକମାନଙ୍କୁ ପବିତ୍ର କରନ୍ତି । (ଯିହିଜି ୨୦:୧୨)
ତେଣୁ, ପରମେଶ୍ବରଙ୍କ ଲୋକମାନଙ୍କୁ ବିଶ୍ରାମ ଦିନ ପାଳନ କରିବା ଉଚିତ୍ ଯାହାକୁ ପରମେଶ୍ୱର ଆରାଧନା ଦିନ ଭାବରେ ନିଯୁକ୍ତ କରିଛନ୍ତି ।
ବିଶ୍ରାମ ଦିନ ହେଉଛି ସେହି ଦିନ ଯେତେବେଳେ ପରମେଶ୍ୱର ଛଅ ଦିନରେ ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେ ଓ ସପ୍ତମ ଦିନ ବିଶ୍ରାମ କଲେ । (ଆଦି ୨:୩) ସପ୍ତମ ଦିନ ବିଶ୍ରାମ ଦିନ ପରମେଶ୍ୱରଙ୍କ ସୃଷ୍ଟିର ଶକ୍ତିକୁ ସ୍ମରଣ କରିବାର ଦିନ ।
ତେବେ, ସପ୍ତାହର କେଉଁ ଦିନ ସପ୍ତମ ଦିନ?
ଶବ୍ଦକୋଷ ରେକର୍ଡ କରେ ଯେ ସପ୍ତମ ଦିନ ହେଉଛି ଶନିବାର ।
ଯେତେବେଳେ ଆମେ ଏକ କ୍ୟାଲେଣ୍ଡର ଦେଖୁ, ତେବେ ସପ୍ତମ ଦିନ ହେଉଛି ବିଶ୍ରାମ ଦିନ ଶନିବାର ।
ବାଇବଲ କୁହେ ଯେ ଯୀଶୁ ସପ୍ତାହର ପ୍ରଥମ ଦିନରେ ପୁନରୁତ୍ଥିତ ହେଲେ । (ମାର୍କ ୧୬:୯)
ଏହି ପଦକୁ, ଗୁଡ୍ ନ୍ୟୁଜ୍ ବାଇବଲ କହେ ଯେ ଯୀଶୁ ରବିବାର ଦିନ ପୁନରୁତ୍ଥିତ ହେଲେ । (ମାର୍କ ୧୬:୯)
ତେବେ, ବାଇବଲରେ ବିଶ୍ରାମ ଦିନ ସପ୍ତାହର କେଉଁ ଦିନ? ବିଶ୍ରାମ ଦିନ ହେଉଛି ଶନିବାର ।
କ୍ୟାଥୋଲିକ୍ ପୁସ୍ତକଗୁଡ଼ିକ ମଧ୍ୟ ସାକ୍ଷ୍ୟ ଦିଏ ଯେ ବିଶ୍ରାମ ଦିନ ହେଉଛି ଶନିବାର ।
“ଶାସ୍ତ୍ର ଶନିବାରକୁ ପବିତ୍ରରୂପେ ପାଳିବାକୁ କୁହେ, ଯାହାକୁ ଆମେ କେବେ ପବିତ୍ର ଭାବରେ ପାଳନ କରୁନାହୁଁ ।”
“ବିଶ୍ରାମ ଦିନ ଶବ୍ଦର ଅର୍ଥ ହେଉଛି ବିଶ୍ରାମ କରିବା, ଏବଂ ଶନିବାର ହେଉଛି ସପ୍ତାହର ସପ୍ତମ ଦିନ ।”
ଯୀଶୁ ମଧ୍ୟ, ବିଶ୍ରାମ [ଶନିବାର] ଦିନ ଆରାଧନା କଲେ ।
“ସେ(ଯୀଶୁ) ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାର [ଶନିବାର] ରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ ।” ଲୂକ ୪:୧୬
ଯୀଶୁଙ୍କ ସ୍ୱର୍ଗାରୋହଣ ପରେ, ପ୍ରେରିତ ପାଉଲ ମଧ୍ୟ ବିଶ୍ରାମ [ଶନିବାର] ଦିନ ଆରାଧନା କଲେ ।
ଆଉ, ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି ତିନି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ, ପ୍ରେରିତ ୧୭:୨
ଯେପରି ଯୀଶୁ ଏବଂ ତାହାଙ୍କର ଶିଷ୍ୟମାନେ ବିଶ୍ରାମ [ଶନିବାର] ଦିନ ପାଳନ କଲେ, ସେହିପରି ପରମେଶ୍ବରଙ୍କ ଲୋକମାନଙ୍କୁ ବିଶ୍ରାମ [ଶନିବାର] ଦିନ ପାଳନ କରିବା ଉଚିତ୍ ଯାହାକୁ ପରମେଶ୍ବର ନିଯୁକ୍ତ କରିଛନ୍ତି । ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ସପ୍ତମ ଦିନ ବିଶ୍ରାମ ଦିନ ପାଳନ କରେ ଯାହା ପରମେଶ୍ବର ନିଯୁକ୍ତ କରିଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି