ଆମ୍ଭେ ଯାହା କହିଥାଉ ତାହାର ୯୮ ଆମ୍ଭମାନଙ୍କ ମସ୍ତିସ୍କ ଉପରେ ଉତ୍ପନ୍ନ ହୋଇଥାଏ ।
ଯେବେ ଆମ୍ଭ ମସ୍ତିସ୍କ ଉପରେ ଏକ ନକାରାତ୍ମକ ଟିପ୍ପଣୀ ଉତ୍ପନ୍ନ ହୋଇଥାଏ,
ତେବେ ସେହି ଗୋଟିଏ ନକାରାତ୍ମକ ଟିପ୍ପଣୀକୁ ହଟେଇବା ପାଇଁ ଏକ ହଜାର
ସକାରାତ୍ମକ ଟିପ୍ପଣୀର ଆବଶ୍ୟକତା ହୋଇଥାଏ ।
ପରମେଶ୍ୱର ଆମ୍ଭମାନଙ୍କୁ ସର୍ବଦା ଧନ୍ୟବାଦ ଦେବା ଓ ଖୁସୀ ରହିବାର ସକାରାତ୍ମକ ବିଷୟ
କହିବା ପାଇଁ କହିଲେ ଯାହାଫଳରେ ଆମ୍ଭେ ସ୍ୱର୍ଗର ମୂଲ୍ୟକୁ ଅନୁଭବ କରିପାରିବା
ଏବଂ ସ୍ୱର୍ଗରେ ଆଶୀର୍ବାଦ ଗୁଡ଼ିକର ସଂଚୟ କରିପାରିବା ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ସେମାନେ ଅଟନ୍ତି ଯେଉଁମାନେ ସ୍ୱର୍ଗର ମୂଲ୍ୟ ଓ ଆଶୀର୍ବାଦକୁ
ଅନୁଭବ କରିଛନ୍ତି । ସେମାନେ ଅଟନ୍ତି ଯେଉଁମାନେ ଏହି ସନ୍ଦେଶର ପ୍ରଚାର କରନ୍ତି:
“ଆସନ୍ତୁ ଆମ୍ଭେ ବିଶ୍ରାମ ଦିନକୁ ପାଳନ କରି ଅନନ୍ତ ବିଶ୍ରାମ ପ୍ରାପ୍ତ କରିବା
ଏବଂ ନିସ୍ତାର ପର୍ବ ପାଳନ କରୁଥାଇ ଅନନ୍ତ ଜୀବନ ପ୍ରାପ୍ତ କରିବା ।
ସଙ୍ଗରେ, ଆସନ୍ତୁ ଆମ୍ଭେ ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କୁ
ଗ୍ରହଣ କରି ପରମେଶ୍ୱରଙ୍କ ସନ୍ତାନ ହେବା ।”
ସେମାନେ ସର୍ବଦା ଅନନ୍ତ ସ୍ୱର୍ଗ ରାଜ୍ୟର ମହିମାରେ ଧ୍ୟାନ କେନ୍ଦ୍ରିତ କରନ୍ତି,
ନାହିଁ ଏହି ପୃଥିବୀରେ ମହିମା ଉପରେ ଯାହା ଆଖି ପିଚୁଳାକେ ଉଭେଇ ଯିବ ।
ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ... କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ
ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ-କାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି;
ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ;
କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତ-କାଳସ୍ଥାୟୀ ।
୨କରିନ୍ଥୀୟ ୪:୧୬-୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି